ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗ୍ରାମରୁ କଲରାପତରିଆ ବାଘଛାଲ ଜବତ କରିଛି ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ)। ବେଆଇନ ଭାବେ କଲରାପତରିଆ ବାଘଛାଲ କାରବାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୌତମ ବେହେରା।

ରାଣୀପଥର ଗ୍ରାମରେ ଗୋଟିଏ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ସୂଚନା ପାଇ ଏସଟିଏଫ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଗୋଟିଏ କଲରାପତରିଆ ବାଘଛାଲ ସହ ଗୌତମଙ୍କୁ ଗିରଫ କରାଯାଥିଲା। ଅଭିଯୁକ୍ତଙ୍କୁ ପ୍ରଥମେ ଚାରିଛକ ଜେଏମଏଫସି କୋର୍ଟ ଏବଂ ପରେ ବୌଦ୍ଧ ଜିଲ୍ଲା କୋର୍ଟରେ ହାଜର କରାଯାଇଛି।

Tags: #STFRaid #LeopardSkinSeized #Boudh #Odisha #RanipatharVillage

Comment