ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୁରୀ ଗସ୍ତ କରିଛନ୍ତି। ପୁରୀରେ ପହଞ୍ଚି ପ୍ରଥମେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ଦର୍ଶନ ସାରି ସେ ପରିକ୍ରମା ପ୍ରକଳ୍ପ ଓ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିଛନ୍ତି।

ମଙ୍ଗଳବାର ଅପରାହ୍ଣ ୪ଟା ୪୫ ସମୟରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲା ପରେ ସେଠାରୁ ସେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ।

ପରିକ୍ରମା ପ୍ରକଳ୍ପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ଏହାପରେ ରାତିରେ ସେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ପୁରୀ ଯାଇଛନ୍ତି। ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ଥର ପାଇଁ ପୁରୀ ଗସ୍ତ କରିଛନ୍ତି। ଏହାପୂର୍ବରୁ ଗତ ବୁଧବାର ସେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ।     

Tags: #SriMandir #LordJagannath #CMNaveenPatnaik #PuriVisit #Odisha

LEAVE A REPLY

Please enter your comment!
Please enter your name here