ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟ ପାହାଡ଼ରୁ ଗୁଣ୍ଠାଗୁଡ଼ା ଗ୍ରାମ ଆଡ଼କୁ ଆସିଥିବା ଗୋଟିଏ ଗର୍ଭବତୀ ହରିଣର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି।

ମଙ୍ଗଳବାର ଦିନ ଗୋଟିଏ ହରିଣ ଗୁଣ୍ଠାଗୁଡ଼ା ଗ୍ରାମ ନିକଟରେ ଏକ ପୋଖରୀରୁ ପାଣି ପିଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଲୋକଙ୍କୁ ଦେଖି ହରିଣଟି ସେଠାରେ ଅଟକି ରହିଥିବାରୁ ଗ୍ରାମାବସୀ ତାକୁ ଧରିବାକୁ ଆଗକୁ ବଢ଼ିଥିଲେ। କିନ୍ତୁ ହରିଣଟି କୁଆଡେ ନଯାଇ ସେଠାରେ ପଡ଼ି ଯାଇଥିଲା। ଗ୍ରାମବାସୀ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟି ଅସୁସ୍ଥ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ହରିଣଟି ଗର୍ଭବତୀ ଥିବା ଜଣାପଡ଼ିଥିଲା। ହରିଣଟିକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ଯୋଗ ଦେଇଥିବାରୁ ଅସୁସ୍ଥ ହରିଣୀଟିର ଚିକିତ୍ସା ହୋଇପାରିଲା ନାହିଁ। ପରେ ହରିଣଟିର ମୃତ୍ୟୁ ହୋଇଥିଲା।

Tags: #Koraput #Deer #DeerDied #Baipariguda #Odisha

LEAVE A REPLY

Please enter your comment!
Please enter your name here