ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ୫୬ ନମ୍ବର ଜାତୀୟ ରାଜପଥର ଖଡ଼ଭାଗ ନିକଟରେ ଗୋଟିଏ ବସ୍ ଏବଂ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ପିକଅପ୍ ଭ୍ୟାନରେ ଯାଉଥିଲେ।

ଶୁକ୍ରବାର ସକାଳେ ଗୋଟିଏ ଯାତ୍ରୀବାହୀ ବସ୍ ଆସିକାରୁ ବ୍ରହ୍ମପୁର ଯାଉଥିବାବେଳେ ବିପରୀତ ଦିଗରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଏକ ପିକଅପ୍ ଭ୍ୟାନ ଆସୁଥିଲା। ଖଡ଼ଭାଗ ନିକଟରେ ବସ୍ ସହ ପିକଅପ୍ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୪ ଜଣ ଯାତ୍ରୀଙ୍କୁ ଆସିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

 Tags: #RoadAccident #Death #BusPickupVanAccident #Ganjam #Odisha

Comment