ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ମଲ୍ଲକାର୍ଜୁନ ଖଡଗେ କହିଛନ୍ତି ଓଡ଼ିଶାରେ ନେତା ନୁହଁନ୍ତି ଜଣେ ଅଧିକାରୀଙ୍କ ହାତରେ ରହିଛି ରାଜ୍ୟ ଚଳେଇବାର ଦାୟିତ୍ଵ। କେବଳ ସେତିକି ନୁହେଁ ବିଜେପି ଏବଂ ବିଜେଡି ମଧ୍ୟରେ ସଲାସୁତୁରା ଚାଲିଥିବା ସେ କହିଥିଲେ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜ ଭାଷଣରେ କହିଛନ୍ତି, “ଓଡ଼ିଶାରେ ଏବେ ଧନୀ ଲୋକଙ୍କ ସରକାର ଚାଲିଛି। ବର୍ତ୍ତମାନର ସରକାର ଗରିବଙ୍କ ପାଇଁ କିଛି କରିନାହାନ୍ତି। ଓଡ଼ିଶାରେ ଯେଉଁ ବିକାଶ ହୋଇଛି ସେବୁ କଂଗ୍ରେସ ସମୟରେ ହୋଇଛି।”

“କଂଗ୍ରେସ ସବୁ ବେଳେ ଓଡ଼ିଶାକୁ ଗୁରୁତ୍ଵ ଦେଇଆସୁଛି। ପଣ୍ଡିତ ଜବାହରଲାଲ ନେହରୁ ମଧ୍ୟ ଓଡ଼ିଶାକୁ ବେଶ ଗୁରୁତ୍ଵ ଦେଉଥିଲେ। ସେ ସମୟରେ ବିଜୁ ପଟ୍ଟନାୟକ ଏବଂ ଜବାହରଲାଲ ନେହରୁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କର ଘନିଷ୍ଠ ସମ୍ପର୍କ ରହିଛି”, ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ବେକାରୀ ସମସ୍ୟା, ଚାଷୀଙ୍କ ସମସ୍ୟା ଏବଂ ଖଣି ପାଣି ଆଦି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମଲୋଚନା କରିଥିଲେ ମଲ୍ଲକାର୍ଜୁନ ଖଡଗେ।

ଓଡ଼ିଶାର ବିକାଶ ପାଇଁ ଏବଂ ଉନ୍ନତି ପାଇଁ ବର୍ତ୍ତମାନ ସରକାର ପରିବର୍ତ୍ତନ କରିବାର ବେଳ ଆସିଛି। ଜନସାଧାରଣ ଏବେ ସଚେତନ ହେବାର ସମୟ ଆସିଛି। ଜନତା ଚାହିଁଲେ ଗଣତନ୍ତ୍ର ବଞ୍ଚି ରହିବ ବୋଲି ସେ କହିଥିଲେ।

Tags: #Politics #OdishaPolitics #IndiaPolitics #BJD #BJP #Congress #Odisha

LEAVE A REPLY

Please enter your comment!
Please enter your name here