ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଆସନ୍ତା ଫେବ୍ରୁଆରି ୬ ଓ ୭ ତାରିଖରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସେବା ମହୋତ୍ସବ। ଅସହାୟ ଲୋକଙ୍କୁ ସହାୟତା ଏବଂ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଏହି ନିଆରା ମହୋତ୍ସବ ପାଳନ ହେବାକୁ ଯାଉଛି।

ମଙ୍ଗଳବାର ଦିନ ସେବା ମହୋତ୍ସବ ଲାଗି ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭଖଣ୍ଟି ସ୍ଥାପନ କରିବା ସହ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା ସଭାପତି ସୁବୋଧ ପ୍ରଧାନ, ବାଣୀଭୂଷପୁର ସରପଞ୍ଚ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାରିଛକ ବଜାର କମିଟି, ଗଣେଶ ପୂଜା କମିଟି, ଜଗନ୍ନାଥ ମନ୍ଦିର କମିଟି, ଠିଡ଼ିକାଜୋର ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଦୁଇ ଦିନିଆ ସେବା ମହୋତ୍ସବରେ ଗୋ ସେବା, ମାଗଣା ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ପ୍ରଦାନ କରାଯିବ ବୋଲି ସଂଘର ସଭାପତି କହିଛନ୍ତି।

Tags: #SevaMahotsav #Boudh #SubhastambhaStapana #Odisha

Comment