ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ ସୋନାଲ। ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ଉପାନ୍ତ ଅଞ୍ଚଳକୁ ପ୍ରଥମ ଗସ୍ତ କରିଛନ୍ତି ଜି ସୋନାଲ। ଲୋକଙ୍କ ସହ ମିଶି ଜିଲ୍ଲାର ବିକାଶ କାର୍ଯ୍ୟକୁ ଆଗକୁ ନେବେ ବୋଲି ନୂଆ ଜିଲ୍ଲାପାଳ କହିଛନ୍ତି।

ଗୁରୁବାର ସକାଳେ ଜିଲ୍ଲାପାଳ ହରଭଙ୍ଗା ବ୍ଲକର ଉପାନ୍ତ ଆଦିମ ଅଧିବାସୀ ଅଞ୍ଚଳ ମହାଲିକପଡ଼ା ଗ୍ରାମପଞ୍ଚାୟତକୁ ପ୍ରଥମ ଗସ୍ତ କରି ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ କୁଟୀବାରୀ ଏବ ହିଞ୍ଜଳ ଅଞ୍ଚଳ ଗସ୍ତ କରିଥିଲେ।

ଏହି ଅବସରରେ ସାତଖଣ୍ଡ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ଆବାସକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ପ୍ରଧାନ ସାହି, ଗୁଡ଼ୁରୁମୁଣ୍ଡାକୁ ନୂତନ ରାସ୍ତା ଓ ଆବଶ୍ୟକ ଥିବା ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ଏବଂ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା କରିବାକୁ ହରଭଙ୍ଗା ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ଏବଂ ହରଭଙ୍ଗା ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।

Tags: #Boudh #BoudhCollector #NewCollectorJSonal #Odisha

Comment