ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ଭାରିଯାନ ଚାଳନା (ଡ୍ରାଇଭିଂ) ପ୍ରଶିକ୍ଷଣ ପାଇଁ ସୁଯୋଗ ରହିଛି। ଏହି ପ୍ରଶିକ୍ଷଣ ଲାଗି ବିଭାଗ ଅଧିନସ୍ଥ ସରକାରୀ ମୋଟର ଯାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା ଦରଖାସ୍ତ ଆହ୍ଵାନ କରାଯାଇଛି।

ଏଥିରେ ଯୁବକ ଯୁବତୀଙ୍କୁ ରାଜ୍ୟରେ ୪ଟି ଭାରିଯାନ ଚାଳନା ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ। ଏହି ସବୁ ତାଲିମ କେନ୍ଦ୍ର ରାଜ୍ୟ ସରକାରଙ୍କ ସହାୟତାରେ ଅଶୋକ ଲେଲାଣ୍ଡ କମ୍ପାନି ଦ୍ଵାରା ପରିଚାଳିତ ହେଉଛି।

ଆବଶ୍ୟକୀୟ ଅଭିଜ୍ଞତା

  • ଆଶାୟୀ ଯୁବକ ଯୁବତୀମାନଙ୍କ ପାଖରେ ହାଲୁକା ମୋଟର ଯାନ (ଏଲଏମଭି) ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ
  • ହାଲୁକା ମୋଟର ଯାନ ଚଳାଇବାରେ ସେମାନଙ୍କ ଅଭିଜ୍ଞତା ୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ

ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର

  • ଯାଜପୁର ଜିଲ୍ଲାର ଛତିଆ ନିକଟସ୍ଥ ବିଦ୍ୟାଧରପୁର
  • ସୁନ୍ଦରଗଡ଼ ଜିଲ୍ଲାର ଝିରଡ଼ାପଲ୍ଲୀ
  • ଗଞ୍ଜାମ ଜିଲ୍ଲାର ପାଲୁର ନିକଟସ୍ଥ ଗୋଳନ୍ଥରା
  • କେନ୍ଦୁଝର ଜିଲ୍ଲାର ଧନୁର୍ଜୟପୁର

ପ୍ରଶିକ୍ଷଣ ସମୟରେ ଯୁବକ ଯୁବତୀମାନେ ୩୦ ଦିନ ପାଇଁ ଉକ୍ତ ଭାରିଯାନ ଚାଳନା ତାଲିମ କେନ୍ଦ୍ରର ଛାତ୍ରାବାସରେ ରହିବେ। ଏହି ତାଲିମ ପାଇଁ ଛାତ୍ରାବାସରେ ରହିବା ଖର୍ଚ୍ଚ, ଲର୍ଣ୍ଣିଂ ତଥା ଡ୍ରାଇଭିଂ ଲାଇସେନ୍ସର ସମସ୍ତ ଦେୟ ରାଜ୍ୟ ସରକାର ବହନ କରିବେ।  

କେମିତି କରିବେ ଆବେଦନ

  • ଇଚ୍ଛୁକ ପ୍ରାର୍ଥୀମାନେ ଏକ କାଗଜରେ ନିଜର ବିବରଣୀ ଦେଇ ଆବେଦନ କରିପାରିବେ।
  • ପ୍ରାର୍ଥୀମାନେ କାଗଜରେ ନିଜର ନାମ, ପିତାଙ୍କ ନାମ, ଠିକଣା, ମୋବାଇଲ ନମ୍ବର, ଜନ୍ମ ତାରିଖ, ଉଚ୍ଚତା, ଆଧାରକାର୍ଡ ଓ ଏଲଏମଭି ଡ୍ରାଇଭିଂ ଲାଇସେନ୍ସର ବିବରଣୀ ଦେବେ।
  • ପ୍ରାର୍ଥୀମାନେ ଉପରୋକ୍ତ ଫର୍ମ ସହ ନିଜର ୨ଟି ଫଟୋ, ଠିକଣା, ବୟସ ପ୍ରମାଣପତ୍ର ଓ ଏଲଏମଭି ଡ୍ରାଇଭିଂ ଲାଇସେନ୍ସର ନକଲ ଦେବେ।
  • ଏହି ଫର୍ମକୁ ଭାରିଯାନ ଚାଳନା ତାଲିମ କେନ୍ଦ୍ରର ପ୍ରିନ୍ସିପାଲଙ୍କ ନିକଟରେ ଡାକ ମାଧ୍ୟମରେ କିମ୍ବା ପ୍ରତ୍ୟକ୍ଷରେ ଦାଖଲ କରାଯାଇପାରିବ।

ଠିକଣା

  • ଭାରିଯାନ ଚାଳନା ତାଲିମ କେନ୍ଦ୍ର, ବିଦାଧରପୁର, ଛତିଆ, ଜିଲ୍ଲା: ଯାଜପୁର, ପିନ୍-୭୫୪୦୨୩, ଫୋନ ନମ୍ବର: ୭୦୭୭୪୨୬୫୭୧, ୯୧୭୮୯୨୬୭୬୩
  • ଭାରିଯାନ ଚାଳନା ତାଲିମ କେନ୍ଦ୍ର, ଝିରଡାପଲ୍ଲୀ, ଟୁନିଆପାଲ୍ଲୀ, ବଣାଇ, ଜିଲ୍ଲା: ସୁନ୍ଦରଗଡ, ପିନ୍-୭୭୦୦୫୧, ଫୋନ ନମ୍ବର: ୮୨୮୦୯ ୯୩୦୮୩, ୮୨୮୦୯୦୭ ୫୦୩
  • ଭାରିଯାନ ଚାଳନା ତାଲିମ କେନ୍ଦ୍ର, ପାଲୁର ହିଲ୍ ଗୋଳନ୍ଥରା, ମନଟ୍ରିଡି, ଜିଲ୍ଲା: ଗଞ୍ଜାମ, ପିନ୍-୭୬୧୦୦୮, ଫୋନ ନମ୍ବର: ୮୨୮୦୯୦୮୭୮୪, ୮୪୮୦୨୭୦୩୦୮
  • ଭାରିଯାନ ଚାଳନା ତାଲିମ କେନ୍ଦ୍ର, ଧନୁର୍ଜୟପୁର, କୁଣ୍ଡରିପୋଷୀ, ସଦର, ଜିଲ୍ଲା: କେନ୍ଦୁଝର, ପିନ୍-୭୫୮୦୩୧, ଫୋନ ନମ୍ବର: ୮୨୮୦୯୦୭୭୬୩, ୮୨୮୦୯୦୬୮୬୫

ଭାରିଯାନ ଚାଳନାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ୩,୦୦୦ ଟଙ୍କା ଲେଖାଏଁ ମଜୁରି କ୍ଷତି ପୂରଣ ପ୍ରଦାନ କରାଯିବ। ସେମାନଙ୍କୁ ଏଠାରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଚାକିରି ପାଇବାପାଇଁ ସହାୟତା ଯୋଗାଇ ଦିଆଯିବ।

Tags: #HeavyVehicles #DrivingTraining #Careers #Commerce&TransportDept #Odisha

Comment