ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସକୁ ପୁଣି ଝଟକା। ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ଅଂଶୁମାନ ମହାନ୍ତି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ଦିନ ସେ ନିଜ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

୨୦୧୪ରୁ ୨୦୧୯ ମସିହା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବିଧାୟକ ଥିଲେ ଅଂଶୁମାନ ମହାନ୍ତି। ସେ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ।

ଦୁଇଦିନ ତଳେ ବରଗଡ଼ ଜିଲ୍ଲା ଅତାବିରା କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ। ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବାରୁ କଂଗ୍ରେସକୁ ଝଟକା ଲାଗିଛି।

Tags: #Politics #OdishaPolitics #Congress #AnsumanMohanty #Odisha

Comment