ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଞ୍ଚାୟତକୁ ମିଳିଲା ଏନଏସି ମାନ୍ୟତା। ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ବୁଧବାର ଦିନ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଶେରଗଡ଼ ନିର୍ବାଚନ ମଣ୍ଡଳୀରେ ୩୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନଙ୍କ ସହଯୋଗରେ ହିଞ୍ଜିଳି ଏବଂ ଶେରଗଡ଼ ନିର୍ବାଚନ ମଣ୍ଡଳୀ ଆଜି ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ହୋଇପାରିଛି। ହିଞ୍ଜିଳି ଏବଂ ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ଭାବେ ନୂତନ ପରିଚୟ ହାସଲ କରିଛି। ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଏବଂ ସୁଯୋଗ ଦେଇଛି। ଏଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଏବଂ ଶେରଗଡ଼ବାସୀଙ୍କ ପାଖରେ ଋଣୀ।”

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ୫-ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ଯ୍ୟକ୍ରମ ଶେରଗଡ଼ରୁ ଆରମ୍ଭ ହୋଇଥିଲା। ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ପାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ମା’ ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏବେ ରାଜ୍ୟର ୮ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି। ଖୁବ ଶୀଘ୍ର ହସ୍ପିଟାଲ ରୂପାନ୍ତର କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Tags: #Politics #OdishaPolitics #CMNaveenPatnaik #Sheragada #Ganjam #NACStatus #Odisha

Comment