ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ଠିକଣାରେ ଗୁରୁବାର ଦିନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

ବୌଦ୍ଧ ସହର ଜଗନ୍ନାଥ ବିହାର ସ୍ଥିତ ଭଡ଼ାଘର ଓ କାର୍ଯ୍ୟାଳୟ, ଗଞ୍ଜାମ ସ୍ଥିତ ପୈତୃକ ଘର, ବ୍ରହ୍ମପୁର, ଭଞ୍ଜନଗର ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଘରେ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ୬ ମାସ ତଳେ ବସନ୍ତ କୁମାର ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଏହି ଚଢ଼ଉ ବେଳେ ଆରଟିଓ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ଉ ବେଳେ ତାଙ୍କ ଘରୁ ୧ ଲକ୍ଷ ୧୬ ହଜାର ନଗଦ ଟଙ୍କା ଏବଂ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏହା ସହ ବସନ୍ତ କୁମାର ମହାପାତ୍ରଙ୍କର ଭୁବନେଶ୍ୱରରେ ୨ଟି ଫ୍ଲାଟ, ୨ଟି କମର୍ସିଆଲ ସପିଂ ଆଉଟଲେଟ ଠାବ କରିଛି ଭିଜିଲାନ୍ସ ବିଭାଗ। ଏହାର ମୂଲ୍ୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି।

ଏହା ବ୍ୟତୀତ ବସନ୍ତ କୁମାର ମହାପାତ୍ର ଭୁବନେଶ୍ୱର ଏବଂ ବେଙ୍ଗାଳୁରୁରେ ଫ୍ଲାଟ ପାଇଁ ୨.୨୩ କୋଟି ଟଙ୍କା ଅଗ୍ରୀମ ଦେଇଥିବା ଚଢ଼ଉ ବେଳେ ଜଣାପଡ଼ିଛି।

 Tags: #VigilanceRaid #Boudh #BoudhRTO #BasantKumarMohapatra #Odisha

LEAVE A REPLY

Please enter your comment!
Please enter your name here