ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଳମତୁମ୍ପା ଜଙ୍ଗଲରେ ଜିଲ୍ଲା ପୋଲିସ, ଡିଭିଏଫ ଏବଂ ଏସଓଜି ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସ କରୁଥିବାବେଳେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ଦୁଇଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

କଣ୍ଟାମାଳ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଆହତ ଦୁଇ ଯବାନଙ୍କୁ ବଳାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବଲାଙ୍ଗିରରେ ସିଟି ସ୍କାନ କରିବା ପରେ ଦୁଇ ଯବାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵରକୁ ଏୟାରଲିଫ୍ଟ କରାଯାଇଛି।

ଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାରେ ସକ୍ରିୟ ରହିଛନ୍ତି ମାଓବାଦୀ। ମାଓବାଦୀଙ୍କ ଦମନ ପାଇଁ ଜିଲ୍ଲା ପୋଲିସ, ଡିଭିଏଫ ଏବଂ ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା। ଗୁରୁବାର ଦିନ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଫଳରେ ଦୁଇଜଣ ଏସଓଜି ଯବାନ ଗୁରୁତର ଭାବେ ଆହତ ହୋଇଥିଲେ।

Tags: #Boudh #LandmineExplosion #SOGJawanInjured #Odisha

LEAVE A REPLY

Please enter your comment!
Please enter your name here