ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ଏହା ସ୍ପଷ୍ଟ ହୋଇଛି। ଏହାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ।

ରତ୍ନଭଣ୍ଡାରର କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଜଗମୋହନର ମଝି ଭାଗକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି। ରତ୍ନଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରିବା ପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଗତ ୨୦୨୩ ମସିହା ନଭେମ୍ବର ମାସରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଥିଲା।

Tags: #PuriShreeMandir #ShreeMandirRatnabhandar #LaserScanning #ASI #Puri #Odisha

LEAVE A REPLY

Please enter your comment!
Please enter your name here