ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଲାଞ୍ଚ ନେବା ଅଭିଯୋଗରେ ନୟାଗଡ଼ ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଜଣେ ଚାଷୀଙ୍କଠାରୁ ଠିକାଦାର ଶ୍ରୀକାନ୍ତ ପତିଙ୍କ ମାଧ୍ୟମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ଗୋପବନ୍ଧୁ ବୋଇତାଇ।

ଏହି ମାମଲାରେ ଭିଜିଲାନ୍ସ ବିଭାଗ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ କରିଥିଲେ।

ସେଚକୂପ ଯୋଜନାର ସୁବିଧା ଦେବା ଲାଗି ରଣପୁର ଅଞ୍ଚଳର ଜଣେ ଚାଷୀଙ୍କଠାରୁ ୯ ହଜାର ଟଙ୍କା ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ। ଏ ସମ୍ପର୍କରେ ସମ୍ପୃକ୍ତ ଚାଷୀ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଶନିବାର ଅପରାହ୍ଣରେ ଚାଷୀ ଜଣଙ୍କ ୯ ହଜାର ଟଙ୍କା ଦେବା ବେଳେ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ଗିରଫ କରାଯାଇଥିଲା।

Tags: #VigilanceRaid #Nayagarh #LiftIrrigationJE #Odisha

Comment