ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଟକ ଗ୍ରାମାଞ୍ଚଳ ଓ ଦେବଗଡ଼ର ଏସପିଙ୍କୁ ବଦଳି କରାଯିବା ନେଇ ନିର୍ଦ୍ଦେଶ ରହିଛି। ଗୁରୁବାର ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗର କିଛି ଜିଲ୍ଲାପାଳ ଓ ଏସପିଙ୍କ ବଦଳି ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପି ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ପାଇଁ କୁହାଯାଇଛି। ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ଅଧିକାରୀଙ୍କ ସମ୍ପର୍କକୁ ଦୃଷ୍ଟିରେ ରଖି ମଧ୍ୟ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

ଗୁରୁବାର ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗୁଜୁରାଟର ଅହମ୍ମଦାବାଦ ଗ୍ରାମୀଣ ଏବଂ ଛୋଟ ଉଦୟପୁରର ଏସପିଙ୍କ ସହ ପଞ୍ଜାବର ପଠାନକୋଟ, ଫଜିଲକା ଜଳନ୍ଧର ଗ୍ରାମୀଣ, ଭଟିଣ୍ଡା ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପିଙ୍କୁ ବଦଳି କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

Tags: #IndianGeneralElections #ElectionProcess #Collectors #SP #Odisha #ECI

Comment