ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଏ ନେଇ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ସେ ଦଳ ପ୍ରତି ତାଙ୍କର ଅସନ୍ତୁଷ୍ଟତା ପ୍ରକାଶ କରିଥିଲେ। ସେ କହିଥିଲେ, “ଧୈର୍ଯ୍ୟର ଗୋଟିଏ ସୀମା ଅଛି, ସେ ସୀମା ଟପିଗଲା। ବିଜେଡିରୁ ଇସ୍ତଫା ଦେବା ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ଆଜି ମୋତେ ହାଲୁକା ଲାଗୁଛି।”

“ଯେଉଁ ଉଦ୍ଦେଶ୍ୟ ନେଇ ବିଜୁ ଜନତା ଦଳର ଗଠନ କରାଯାଇଥିଲା, ସେଥିରେ ବିଚ୍ୟୁତି ଘଟିଛି। ପୂର୍ବରୁ ଦଳରେ କୌଣସି ବିଭ୍ରାଟ ଘଟୁଥିଲେ ଦଳର ସଭାପତି ତାକୁ ସଂଶୋଧନ କରୁଥିଲେ। କିନ୍ତୁ କିଛି ବର୍ଷ ହେଲା ସେସବୁ ବନ୍ଦ ହୋଇଯାଇଛି। ଦଳର ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସେଥିରେ ରହିବା ଲାଗି ମୁଁ ଆବଶ୍ୟକ ମନେ କଲି ନାହିଁ। ତେଣୁ ବିଜେଡିରୁ ଇସ୍ତଫା ଦେବା କଥା ଚିନ୍ତା କଲି”, କହିଛନ୍ତି ଭର୍ତ୍ତୃହରି ମହତାବ କହିଛନ୍ତି।

ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଉପରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି ମହତାବ କହିଥିଲେ, “ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନହେବା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ।”

ଗତ ୨୦୧୧ ମସିହାରେ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଦିନ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Tags: #Politics #OdishaPolitics #BhartruhariMahatab #BJD #Odisha

Comment