ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ଲାଗି ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡାଙ୍କ ନାଁ ଘୋଷଣା କରାଯାଇଛି।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାର ୪ ଜଣ ବିଜେପି ସାଂସଦ ନିଜର ଟିକେଟ୍‌ ବଜାୟ ରଖିଛନ୍ତି। ସୁନ୍ଦରଗଡ଼ରୁ ଜୁଏଲ୍‌ ଓରାମ, ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି।

ତେବେ ଓଡ଼ିଶାର ଅନ୍ୟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ହେଲେ

  • ବରଗଡ଼ – ପ୍ରଦୀପ ପୁରୋହିତ
  • ପୁରୀ – ସମ୍ବିତ ପାତ୍ର
  • କେନ୍ଦୁଝର – ଅନନ୍ତ ନାୟକ
  • ମୟୂରଭଞ୍ଜ – ନବ ଚରଣ ମାଝି
  • ଭଦ୍ରକ – ଅଭିମନ୍ୟୁ ସେଠୀ
  • ଢେଙ୍କାନାଳ – ରୁଦ୍ରନାରାୟଣ ପାଣି
  • କଳାହାଣ୍ଡି – ମାଳବିକା କେଶରୀ ଦେଓ
  • ବ୍ରହ୍ମପୁର – ପ୍ରଦୀପ କୁମାର ପାଣିଗ୍ରାହୀ
  • ନବରଙ୍ଗପୁର – ବଳଭଦ୍ର ମାଝି
  • ଜଗତସିଂହପୁର – ବିଭୁ ପ୍ରସାଦ ତରାଇ
  • ଆସ୍କା – ଅନୀତା ଶୁଭଦର୍ଶନୀ
  • କୋରାପୁଟ – କାଲେରାମ ମାଝି

ଅନ୍ୟପଟେ ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଜଣେ କେନ୍ଦ୍ର ମନ୍ତ୍ରୀ ଓ ୩ ଜଣ ସାଂସଦଙ୍କୁ ଟିକେଟ୍‌ ଦେଇ ନାହିଁ ବିଜେପି। ସେମାନେ ହେଲେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ।

ସେହିପରି ଓଡ଼ିଶାର ଏହି ପ୍ରାର୍ଥୀ ତାଲିକାରେ ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ବିଜେପି ପକ୍ଷରୁ କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ଆଗକୁ ପ୍ରାର୍ଥୀ ଘୋଷଣା କରାଯିବ।

Tags: #LoksabhaElections #BJP #Candidatelist #Odisha #Politics

Comment