ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ। କିନ୍ତୁ ୨୦୧୯ ମସିହାରେ ତାଙ୍କୁ ଦଳରୁ ଟିକେଟ ଦିଆଯାଇନଥିଲା।

ବିଜେଡିରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ସେଠୀ କେଉଁ ଦଳରେ ସାମିଲ ହେବେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି।

Tags: #Politics #OdishaPolitics #Odisha #PurnachandraSethi

LEAVE A REPLY

Please enter your comment!
Please enter your name here