ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟର ୨୧ଟି ଲୋକସଭା ଆସନରୁ ବୁଧବାର ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଏହି ୧୫ଟି ଆସନରୁ ୧୧ଟିରେ ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି।   

ବିଜେଡି ପକ୍ଷରୁ କୋରାପୁଟ, କନ୍ଧମାଳ, ଜଗତସିଂହପୁର ଓ ଯାଜପୁରରେ ପୁରୁଣା ପାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ଅନ୍ୟ ୧୧ଟି ଆସନରେ ଏଥର ନୂଆ ମୁହଁ ଦେଖିବାକୁ ମିଳିବ।

ତେବେ ସମ୍ବଲପୁର ଲୋକସଭା ଆସନରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ପକ୍ଷରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଇଦାନରେ ଓହ୍ଲାଇବେ। ଏଥର ନିର୍ବାଚନରେ ଏଠାରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି।

ସେହିପରି ବିଜେଡି ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ରଙ୍କ ବଦଳରେ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି। ଏହାସହ କଟକରୁ ଦଳ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି।

ଲୋକସଭା ନିର୍ବାଚନ ପାଇଁ ବିଜେଡିର ନୂଆ ପ୍ରାର୍ଥୀ

ଲୋକସଭା ଆସନ୨୦୨୪ ନିର୍ବାଚନରେ ପ୍ରାର୍ଥୀ୨୦୧୯ ନିର୍ବାଚନରେ ପ୍ରାର୍ଥୀ
ସମ୍ବଲପୁରପ୍ରଣବ ପ୍ରକାଶ ଦାସନଳିନୀକାନ୍ତ ପ୍ରଧାନ
ସୁନ୍ଦରଗଡ଼ଦିଲ୍ଲୀପ ତିର୍କୀସୁନିତା ବିଶ୍ଵାଳ
ମୟୂରଭଞ୍ଜସୁଦାମ ମାର୍ଣ୍ଡିଦେବାଶିଷ ମାର୍ଣ୍ଡି
କଳାହାଣ୍ଡିଲମ୍ବୋଧର ନିଆଳପୁଷ୍ପେନ୍ଦ୍ର ସିଂହଦେଓ
କେନ୍ଦ୍ରାପଡ଼ାଅଂଶୁମାନ ମହାନ୍ତିଅନୁଭବ ମହାନ୍ତି
ନବରଙ୍ଗପୁରପ୍ରଦୀପ ମାଝିରମେଶ ଚନ୍ଦ୍ର ମାଝି
ଭୁବନେଶ୍ୱରମନ୍ମଥ ରାଉତରାୟଅରୂପ ପଟ୍ଟନାୟକ
ଆସ୍କାରଞ୍ଜିତା ସାହୁପ୍ରମିଳା ବିଶୋଇ
କଟକସଂତୃପ୍ତ ମିଶ୍ରଭର୍ତ୍ତୃହରି ମହତାବ
ପୁରୀଅରୂପ ପଟ୍ଟନାୟକପିନକୀ ମିଶ୍ର
ଢେଙ୍କାନାଳଅବିନାଶ ସାମଲମହେଶ ସାହୁ

Tags: #LoksabhaElections #BJD #NewCandidates #Politics #Odisha

Comment