ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ଵାଳ। ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ଟିକେଟ ଆଶାୟୀ ଥିଲେ ସତୀଶ।

ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡି। ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ କ୍ଷେତ୍ରରୁ ଟିକେଟ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ବିଳିଛି।

ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ଵାଳ। ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା ସତୀଶ ଅଭିଯୋଗ କରିଛନ୍ତି। ଧର୍ମଶାଳା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ବିଜେଡି ପ୍ରଣବ ବଳବନ୍ତରାୟଙ୍କ ନାଁ ଘୋଷଣା କରିବା ପରେ ଆଜି ଇସ୍ତଫା ଦେଇଛନ୍ତି ସତୀଶ। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Tags: #Politics #OdishaPolitics #SatishBiswal #BJD #Odisha

Comment