ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଉପର ମୁହାଁ ପାରଦ। ଶୁକ୍ରବାର ଦିନ ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା। ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଅନୁଗୁଳ, ଝାରସୁଗୁଡ଼ା, ତାଳଚେର, ଫୁଲବାଣୀ ଏବଂ ନବରଙ୍ଗପୁରରେ ୩୯ ଡିଗ୍ରୀ ଟପିଛି ତାପମାତ୍ରା। ଆଜି ଭୁବନେଶ୍ଵରର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକର ତାପମାତ୍ରା ୩୭.୫ ଡିଗ୍ରୀ ରେକର୍ଡ ହୋଇଛି। ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୩୧.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଅନ୍ୟ ସବୁ ସହରରେ ତାପମାତ୍ରା ୩୨ରୁ ୩୭ ଡିଗ୍ରୀ ଛୁଇଁଛି।

ଆସନ୍ତା ଏପ୍ରିଲ ୨ ତାରିଖ ଯାଏଁ ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।

Tags: #Weather #WeatherUpdate #Odisha #Temperature #HotWeather

LEAVE A REPLY

Please enter your comment!
Please enter your name here