ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କଟକ ଲୋକସଭା ଆସନ ଲାଗି ଭର୍ତ୍ତୃହରି ମହତାବଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ଯାଜପୁରରୁ ରବୀନ୍ଦ୍ର ନାରାୟଣ  ବେହେରା ଏବଂ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ସୁକାନ୍ତ କୁମାର ପାଣିଗ୍ରାହୀ।

ରାଜ୍ୟର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ପୂର୍ବରୁ ୧୮ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଆଉ ୩ଟି ଲୋକସଭା ଆସନ କଟକ, ଯାଜପୁର ଏବଂ କନ୍ଧାମାଳ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲେ।

ଜାଣନ୍ତୁ ବିଜେପିର କିଏ କେଉଁଠୁ ପ୍ରାର୍ଥୀ?

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ। ସେହିପରି କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ପୁରୀରୁ ସମ୍ବତ ପାତ୍ର, ସୁନ୍ଦରଗଡ଼ରୁ ଜୁଏଲ ଓରାମ ଓ ବ୍ରହ୍ମପୁରରୁ ପ୍ରଦୀପ ପାରିଗ୍ରାହୀ ନିର୍ବାଚନ ଲଢ଼ିବେ।

ଏହା ସହ ବରଗଡ଼ରୁ ପ୍ରଦୀପ ପୁରୋହିତ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବଚରଣ ମାଝି, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ ପ୍ରତିଦ୍ଵିନ୍ଦ୍ଵତା କରିବେ।

ସେହିପରି ନବରଙ୍ଗପୁରରୁ ବଳଭଦ୍ର ମାଝିଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିବାବେଳେ ଜଗତସିଂହପୁରରୁ ବିଭୂ ପ୍ରସାଦ ତରାଇ, ଆସିକାରୁ ଅନିତା ଶୁଭଦର୍ଶିନୀ, କୋରାପୁଟରୁ କାଳିରାମ ମାଝି ଓ ଭଦ୍ରକରୁ ଅଭିମନ୍ୟୁ ସେଠୀ ଲୋକସଭା ଆସନରେ ନିର୍ବାଚନ ଲଢ଼ିବେ।

Tags: #Politics #OdishaPolitics #BJP #LokSabhaElection

LEAVE A REPLY

Please enter your comment!
Please enter your name here