ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶନିବାର ଦିନ ସେ ନିଜ ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଛନ୍ତି।

ଚିରଞ୍ଜୀବ ବିଶ୍ୱାଳ ୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପୁନର୍ବାର ଜଗତସିଂହପୁର ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ, କିନ୍ତୁ ଜିତି ପାରିନଥିଲେ। 

ଗତ ୨୦୨୩ ଜୁଲାଇ ୧୫ ତାରିଖରେ ଏଆଇସିସି ଶୃଙ୍ଖଳା କମିଟି ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିଲା। ଅବଶ୍ୟ ଗତ ଜାନୁଆରି ୨୩ ତାରିଖରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟିଥିଲା।

କିଛି ଦିନ ପୂର୍ବରୁ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା କଂଗ୍ରେସରୁ ଇସ୍ତଫା ଦେଇଥିବା ଚିରଞ୍ଜୀବ ବିଜେଡିରେ ଯୋଗଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #ChiranjibBiswal #Odisha #Congress

Comment