ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ଜିଲ୍ଲା ସଭାପତି ପଦ ତଥା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସୋମବାର ଦିନ ନବୀନ ନିବାସରେ ପହଞ୍ଚି ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ପ୍ରଭାସ ସିଂ ୨୦୧୪ରୁ ୨୦୧୯ ଯାଏଁ ବରଗଡ଼ର ସାଂସଦ ଥିଲେ। ୨୦୧୯ରେ ବିଜେଡିରୁ ତାଙ୍କୁ ଟିକେଟ ମିଳିନଥିଲା। ଚଳିତ ଥର ପ୍ରଭାସ ସିଂ ବରଗଡ଼ ଲୋକସଭା କ୍ଷେତ୍ର ପାଇଁ ଟିକେର୍ଟ ଆଶାୟୀ ଥିଲେ। କିନ୍ତୁ ଏହି ଆସନ ଲାଗି ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ପ୍ରାର୍ଥୀ ଘୋଷଣା ଏବଂ ଟିକେଟ କସରତକୁ ନେଇ ବିଭିନ୍ନ ଦଳ ଭିତରେ ଲାଗି ରହିଛି ଅସନ୍ତୋଷ ଏବଂ ଇସ୍ତଫା ପର୍ବ। ଏହି ଅସନ୍ତୋଷ କାରଣରୁ ପ୍ରଭାସ ସିଂ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି।

ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏ ପଟେ ବିଜେଡି ପକ୍ଷରୁ କୁହାଯାଇଛି ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ନେତା ଦଳ ଛାଡ଼ୁଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ପ୍ରଭାସ ସିଂ କେଉଁ ଦଳରେ ଯୋଗ ଦେବେ ତା’ ଉପରେ ନଜର ରହିଛି।

Tags: #Politics #OdishaPolitics #FormerMP #PrabhasSingh #BJD #Odisha

Comment