ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଚାଲିଛି ଦଳବଦଳ ଓ ମିଶ୍ରଣ ପର୍ବ। ଏହାରି ମଧ୍ୟରେ ଶନିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଅଜୟ ନାୟକ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ। ସେ ବ୍ୟୋମକେଶଙ୍କୁ ପୁଣି ବିଜେଡି ଟିକେଟ ଦେବାକୁ ବିରୋଧ କରୁଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିରଞ୍ଚି ତ୍ରିପାଠୀ ଏବଂ ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ।

Tags: #Politics #OdishaPolitics #BJP #BJD #AjayNayak #Odisha #GeneralElection2024

Comment