ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ଯୋଗଦେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସୋମବାର ଦିନ ଜ୍ୟୋତି ପାଣିଗ୍ରାହୀ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।

ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା ଓ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ ଜ୍ୟୋତି ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି। ଏହା ସହ ତାଙ୍କ ସ୍ଵାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ଏପ୍ରିଲ ୧୧ ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତି ପାଣିଗ୍ରାହୀ ଇସ୍ତଫା ଦେଇଥିଲେ। ଜ୍ୟୋତି ପାଣିଗ୍ରାହୀ ବିଜେଡିର ବରିଷ୍ଠ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିଲେ। ଜ୍ୟୋତିଙ୍କ ସ୍ଵାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରୁ ଇସ୍ତା ଦେଇଥିଲେ।

Tags: #Politics #OdishaPolitics #BJP #BJD #JyotiPanigrahi #Odisha

LEAVE A REPLY

Please enter your comment!
Please enter your name here