ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସଭାପତି ପ୍ରହ୍ଲାଦ ତ୍ରିପାଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ପ୍ରହ୍ଲାଦ ତ୍ରିପାଠୀ ଦୁଇଥର ବିଜେଡିର ଜିଲ୍ଲା ସଭାପତି ରହିଥିବାବେଳେ ନବରଙ୍ଗପୁର ପୌରପାଳିକାର ନଗରପାଳ ମଧ୍ୟ ରହିଥିଲେ। ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ବିଜେଡି ଛାଡ଼ିଥିବା କହିଛନ୍ତି। ଶୀଘ୍ର ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #BJD #PrahladTripathi #Odisha

LEAVE A REPLY

Please enter your comment!
Please enter your name here