ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ। ପୁରୀ ଜିଲ୍ଲା ପିପିଲି ବିଧାନସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ରୁଦ୍ର ପ୍ରତାପ ମହାରଥୀ ଏବଂ ପତ୍ନୀ ଜାଗୃତି ପଣ୍ଡା ମହାରଥୀ। ଶୁକ୍ରବାର ଦିନ ବିଜେଡିର ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସୋମବାର ଦିନ ସ୍ଵାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜାଗୃତି।

ତେବେ ଜାଗୃତି କାହିଁକି ଶେଷ ଦିନରେ ସ୍ଵାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କଲେ ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ରୁଦ୍ର ପ୍ରତାପଙ୍କ ପ୍ରାର୍ଥିପତ୍ରରେ ତ୍ରୁଟିଥିବା ଆଶଙ୍କା କରି ଜାଗ୍ରୁତି ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାବେଳେ ରୁଦ୍ରଙ୍କ ପ୍ରାର୍ଥିପତ୍ର ଠିକଠାକ ଥିଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #Congress #PipiliAssemblyElection

Comment