ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏଥିରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି। ରାଜ୍ୟରେ ଶାନ୍ତିଶୃଙ୍ଖଳାର ଭୋଟ୍ ଗ୍ରହଣ ପରେ ଇଭିମଗୁଡ଼ିକୁ ଷ୍ଟ୍ରଙ୍ଗ ରୁମକୁ ଅଣାଯାଇଛି। ଏଥିରେ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୮୦.୨୨ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଆସନରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ସେହିପରି କଳାହାଣ୍ଡିରେ ୭୫.୭୧ ପ୍ରତିଶତ ଓ କୋରପୁଟରେ ୭୬.୯୮ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପଟେ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୮୫.୬୧ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ବିଧାନସଭା ଆସନରେ ସର୍ବନିମ୍ନ ୫୪.୧୧ ପ୍ରତିଶତ ମତଦାନ ହୋଇଛି।

ଜାଣନ୍ତୁ କେଉଁ ବିଧାନସଭା ଆସନରେ କେତେ ହେଲା ମତଦାନ?

ବ୍ରହ୍ମପୁର – ୫୪.୧୧ ପ୍ରତିଶତ

ଭବାନୀପାଟଣା – ୭୩.୮୦ ପ୍ରତିଶତ

ବିଷମକଟକ – ୭୭.୯୩ ପ୍ରତିଶତ

ଛତ୍ରପୁର – ୬୩.୨୦ ପ୍ରତିଶତ

ଚିକିଟି – ୬୩,୨୧ ପ୍ରତିଶତ

ଚିତ୍ରକୋଣ୍ଡା – ୭୪.୮୧ ପ୍ରତିଶତ

ଡାବୁଗାଁ – ୮୫.୨୦ ପ୍ରତିଶତ

ଧର୍ମଗଡ଼ – ୭୮.୮୫ ପ୍ରତିଶତ

ଦିଗପହଣ୍ଡି – ୬୨.୭୩ ପ୍ରତିଶତ

ଗୋପାଳପୁର – ୬୦.୪୧ ପ୍ରତିଶତ

ଗୁଣୁପୁର – ୭୨.୫୩ ପ୍ରତିଶତ

ଜୟପୁର – ୭୭.୪୮ ପ୍ରତିଶତ

ଝରିଗାଁ – ୮୪.୨୨ ପ୍ରତିଶତ

ଜୁନାଗଡ଼ – ୭୮.୯୦ ପ୍ରତିଶତ

ଖରିଆର – ୭୬.୦୦ ପ୍ରତିଶତ

କୋରାପୁଟ – ୭୬.୨୮ ପ୍ରତିଶତ

କୋଟପାଡ଼ – ୮୩.୯୨ ପ୍ରତିଶତ

ଲକ୍ଷ୍ମୀପୁର – ୮୧.୭୧ ପ୍ରତିଶତ

ଲାଞ୍ଜିଗଡ଼ – ୭୩.୦୦ ପ୍ରତିଶତ

ମାଲକାନଗିରି – ୬୬.୬୦ ପ୍ରତିଶତ

ମୋହନା – ୭୧.୨୦ ପ୍ରତିଶତ

ନବରଙ୍ଗପୁର – ୮୫.୬୧ ପ୍ରତିଶତ

ନର୍ଲା – ୭୫.୦୩ ପ୍ରତିଶତ

ନୂଆପଡ଼ା – ୭୩.୮୭ ପ୍ରତିଶତ

ପାରଳାଖେମୁଣ୍ଡି – ୬୭.୯୧ ପ୍ରତିଶତ

ପଟାଙ୍ଗି – ୮୨.୪୦ ପ୍ରତିଶତ

ରାୟଗଡ଼ା – ୭୨.୯୧ ପ୍ରତିଶତ

ଉମରକୋଟ – ୮୩.୦୫ ପ୍ରତିଶତ

Tags: #OdishaAssemblyElections2024 #VoterTurnout #Voting #ECI #Odisha      

LEAVE A REPLY

Please enter your comment!
Please enter your name here