ଓଡ଼ିଶାଲାଇଭ୍ ବ୍ୟୁରୋ
ତିରୁପତି ମନ୍ଦିର ପ୍ରସାଦ ପ୍ରସ୍ତୁତ ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ବ୍ୟବହାରକୁ ନେଇ ବିବାଦ ତେଜିବା ପରେ ସଜାଗ ହୋଇଛନ୍ତି ଓଡ଼ିଶା ସରକାର। ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଯାଞ୍ଚ ପାଇଁ ନିଯୁକ୍ତି ହେବ ଫୁଡ ଇନ୍ସପେକ୍ଟର।
ଶ୍ରୀମନ୍ଦିର ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ପରୀକ୍ଷା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଇନ୍ସପେକ୍ଟର। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ମନ୍ତ୍ରୀ ଆହୁରି କହିଛନ୍ତି ବଡ଼ଠାକୁରଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଇନ୍ସପେକ୍ଟର। ଏହା ସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଏବଂ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ପୂର୍ବରୁ ଶ୍ରୀମନ୍ଦିର ଭୋଗ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଥିଲେ।
Tags: #ShreeMandir #Mahaprasad #FoodInspection #Odisha #Puri