ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା। ଏହାକୁ ନେଇ ସଜେଇ ହେଉଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ। ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଆକର୍ଷଣ ପାଲଟିବ ଗୁଜରାଟର ଶ୍ରୀ ସ୍ୱାମୀନାରାୟଣନ୍ ମନ୍ଦିର ଭଳି ତୋରଣ।

ପ୍ରତିବର୍ଷ ନୂଆ ନୂଅ ଥିମକୁ ନେଇ ରସୁଲଗଡ଼ରେ ତୋରଣ ନିର୍ମାଣ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ରସୁଲଗଡ଼ ଦୁର୍ଗାପୂଜାକୁ ଆକର୍ଷଣୀୟ କରିବାକୁ ପ୍ରୟାସ କରିଛି ପୂଜା କମିଟି। ତୋରଣ ନିର୍ମାଣ ପାଇଁ ପ୍ରାୟ ଦେଢ଼ମାସ ଧରି ନିୟୋଜିତ ହୋଇଛନ୍ତି କୋଲକାତାର ୪୫ ଜଣ କାରିଗର।

ପୂଜା ମଣ୍ଡପ ନିକଟରେ ମୀନା ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୁରକ୍ଷିତ ଏବଂ ସୃଙ୍ଖଳିତ ଦର୍ଶନ ଲାଗି ରସୁଲଗଡ଼ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।  

Tags: #DurgaPuja #Dasshera #DurgaPuja2024 #Odisha #RasulgarhDurgaPujaPandal #Bhubaneswar

Comment