ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର।
ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ ୟଙ୍ଗ ଟିଙ୍କର। ମେ’ ୨୯ ଓ ୩୦ ତାରିଖରେ ଆମେରିକାର ଟେକ୍ସାସରେ ଆୟୋଜିତ ହେବାକୁ ଯାଉଛି ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍ ୨୦୨୫। ଏଥିରେ ଭାରତର ୩୯ ଜଣ ଛାତ୍ରଛାତ୍ରୀ ଭାଗ ନେଉଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ୮ ଜଣ କୁନି ପ୍ରତିଭା। ସେମାନେ ନୂଆ ନୂଆ ଟେକ୍ନୋଲୋଜି ଆଧାରିତ ୫ଟି ପ୍ରୋଜେକ୍ଟ ଉପସ୍ଥାପନ କରିବେ।
ଏଥିରେ କୃଷି ସାଟେଲାଇଟ୍, ଇଥାନଲ୍ ଉତ୍ପାଦନ ମେସିନ, ଏଆଇ ସଂଚାଳିତ ମସଲା ବ୍ଲେଣ୍ଡିଙ୍ଗ ମେସିନ୍, ଇଲେକ୍ଟ୍ରିକ୍ ଗାଡ଼ି ଓ ଫ୍ୟାସନ ଟେକ୍ନୋଲୋଜି ଆଧାରିତ ପ୍ରୋଜେକ୍ଟ ସାମିଲ ରହିଛି।
ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ୟଙ୍ଗ ଟିଙ୍କର ଫାଉଣ୍ଡେସନ। ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍ ପାଇଁ ରାଜ୍ୟର ପ୍ରାୟ ୧୫୦ ସ୍କୁଲରୁ ୮ ଜଣ ପ୍ରତିଭାବାନ ଛାତ୍ର ମନୋନୀତ ହୋଇଛନ୍ତି।
Tags: #GlobalJunicornSummit #ISF #YoungTinkerFoundation #AnilPradhan #Odisha