ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ଵାଟ୍ସଆପ୍ରେ ଆସିଲା ନୂଆ ଫିଚର। ଏବେ ଭଏସ୍ ଚାଟ୍ କରିବା ହେବ ବେଶ୍ ସହଜ। ପୂର୍ବରୁ ଗ୍ରୁପ୍ କଲ୍ କଲେ ସମସ୍ତ ସଦସ୍ୟଙ୍କୁ ରିଂ ହେଉଥିଲା। କିନ୍ତୁ ଏବେ ଭଏସ୍ ଚାଟ୍ ଆରମ୍ଭ ହେଲେ କୌଣସି ରିଂ ହେବ ନାହିଁ, କେବଳ ଏକ ପପ୍-ଅପ୍ ନୋଟିଫିକେସନ୍ ଦେଖାଯିବ। କମ ସଦସ୍ୟ ବିଶିଷ୍ଟ ଗ୍ରୁପ୍ରେ ମଧ୍ୟ ଭଏସ୍ ଚାଟ୍ ସୁବିଧା ଉପଲବ୍ଧ ହୋଇଛି। କେମିତି କରିବେ ଏହି ଭଏସ୍ ଚାଟ୍?
ହ୍ଵାଟ୍ସଆପ୍ ଆପକୁ ଯାଇ ଯେକୌଣସି ଗ୍ରୁପକୁ ଯାଆନ୍ତୁ। ଏହା ପରେ ତଳୁ ଉପରକୁ ସ୍ୱାଇପ୍ କରି ‘କିପ ହୋଲ୍ଡିଂ ଟୁ ଟକ୍’ ଆସିବା ପର୍ଯ୍ୟନ୍ତ କିଛି ସେକେଣ୍ଡ ହୋଲ୍ଡ କରି ରଖନ୍ତୁ। କିଛି ସେକେଣ୍ଡ ମଧ୍ୟରେ ‘ରିଲିଜ ଟୁ ଟକ୍’ ସହ କନେକ୍ଟ ମେସେଜ ଦେଖାଯିବା ପରେ ଛାଡ଼ି ଦିଅନ୍ତୁ। ଏହାପରେ ଭଏସ୍ ଚାଟ୍ ଆରମ୍ଭ ହେବ ଓ ଅନ୍ୟ ସଦସ୍ୟମାନେ ଏଥିରେ ଯୋଗ ଦେଇପାରିବେ।
Tags: #Whatsapp #VoiceChatFeature #Groupcalls















