ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସାର ଭାରତୀ ଏବଂ ପିଆଇବିର ଫୁଟେଜ କିମ୍ବା କଣ୍ଟେଣ୍ଟକୁ ବ୍ୟବହାର କଲେ ଲାଗିବନି କପିରାଇଟ୍ ଷ୍ଟ୍ରାଇକ। ଦୂରଦର୍ଶନ ଓ ପିଆଇବି ଫୁଟେଜ ସବୁ କପିରାଇଟ ମୁକ୍ତ ହୋଇଛି। ଏଏନଆଇ ଫୁଟେଜ୍ ବ୍ୟବହାରକୁ ନେଇ ବିବାଦ ଚାଲିଥିବାବେଳେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର।

ଆକାଶବାଣୀ ପକ୍ଷରୁ ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି। ଏକ ପୋଷ୍ଟରେ କୁହାଯାଇଛି ଯେ, ଏଠାରେ ଉପଲବ୍ଧ ଥିବା ୫୦ଟି ବର୍ଗ ଏବଂ ୧୫ଟି ଭାଷାରେ ବିଭିନ୍ନ ପ୍ରକାରର ବିଷୟବସ୍ତୁକୁ ମାଗଣାରେ ବ୍ୟବହାର କରିପାରିବେ ୟୁଟ୍ୟୁବର।

ସେହିପରି ଦୂରଦର୍ଶନ ମଧ୍ୟ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଏହାର ନିୟୁଜ କ୍ଲିପ, ଅଡିଓ, ସ୍କ୍ରିପ୍ଟ ଏବଂ ଭିଜୁଆଲକୁ କପିରାଇଟ ମୁକ୍ତ କରିବା ସହ ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି।

ପ୍ରସାର ଭାରତୀ କହିଛି ଯେ, ସମ୍ପୂର୍ଣ୍ଣ ଭାବରେ ଷ୍ଟ୍ରାଇକ ମୁକ୍ତ ସରକାରୀ, ବିଶ୍ୱସ୍ତ ବିଷୟବସ୍ତୁ ମାଗଣାରେ ପାଇପାରିବେ। ସେହିପରି ପିଆଇବି ମଧ୍ୟ ଏହାର ଫୁଟେଜକୁ ଫ୍ରି ୟୁଜ କରିବା ନେଇ ଘୋଷଣା କରିଛି।

Tags: #copyrightfree #PIB #Doordarshan #ANI #AllIndiaRadio 

Comment