ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୬୨ ବର୍ଷର ସେବା ପରେ ଭାରତୀୟ ବାୟୁସେନାରୁ ଅବସର ନେବାକୁ ଯାଉଛି ଲଢୁଆ ବିମାନ ମିଗ୍-୨୧। ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ଼ ଏୟାରବେସରେ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବିଦାୟ ଦିଆଯିବ। ଏହାପରେ ବାୟୁସେନାର ସବୁଠାରୁ ପୁରୁଣା ସୁପରସୋନିକ୍ ଲଢୁଆ ବିମାନ ମିଗ୍-୨୧ ଇତିହାସ ପାଲଟି ଯିବ।
୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିଲା ମିଗ୍-୨୧। ସୋଭିଏତ ୟୁନିୟନ ସହ ଚୁକ୍ତି ହୋଇ ଏହି ବିମାନକୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଭାରତରେ ହିଁ ତିଆରି କରିଥିଲା। ଏହି ସମୟ କାଳ ମଧ୍ୟରେ ଭାରତୀୟ ବାୟୁସେନା ପାଖରେ ୮୦୦ରୁ ଅଧିକ ମିଗ୍-୨୧ ସାମିଲ ହୋଇଥିଲା।
୧୯୬୫ ଏବଂ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ, ୨୦୧୯ ମସିହାରେ ବାଲାକୋଟ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା ମିଗ୍-୨୧।
ତେବେ ଅଧିକ ପୁରୁଣା ହୋଇଯିବାରୁ ଏହି ବିମାନର ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଇଥିଲା। ଏହାପରେ ମିଗ୍-୨୧କୁ ଫେଜ ଆଉଟ୍ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
Tags: #Mig21 #FighterJet #IndiaAirForce #India


















