ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଥା କଥାରେ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଛି। ବାୟୁସେନାକୁ ଆହୁରି ମଜଭୁତ କରିବା ପାଇଁ ଭାରତ ୩୩ଟି ଲଢୁଆ ବିମାନ କିଣିବାକୁ ଯୋଜନା କରିଛି। ଏଥିରେ ରହିଛି ୨୧ଟି ମିଗ୍‌-୨୯ ଏବଂ ୧୨ଟି ସୁଖୋଇ-୩୦ ବିମାନ।

କିଛିଦିନ ଭିତରେ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଉଚ୍ଚ ସ୍ତରୀୟ ବୈଠକ ବସିବ। ଏଥିରେ ଲଢୁଆ ବିମାନ କିଣିବାକୁ ପ୍ରସ୍ତାବ ଦିଆଯିବ।

ଭାରତୀୟ ବାୟୁସେନାର କିଛି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲଢୁଆ ବିମାନ ସଂଖ୍ୟା ହ୍ରାସ ପାଇଥିଲା। ଯଦି ୧୨ଟି ସୁଖୋଇ ବିମାନ କିଣାଯାଏ ତାହାଲେ ଭାରତୀୟ ବାୟୁସେନାର ସୁଖୋଇ ବିମାନ ସଂଖ୍ୟା ୨୭୨ ଛୁଇଁବ। ୠଷ୍‌ଠାରୁ ଭାରତ ମିଗ୍‌-୨୯ ବିମାନ କିଣିବାକୁ ଯୋଜନା କରିଛି।

Comment