ଓଡ଼ିଶାଲାଇଭ୍ ବ୍ୟୁରୋ

ନୌସେନାର ସବୁଠାରୁ ଘାତକ ଅସ୍ତ୍ର ହେଉଛି ବୁଡ଼ାଜାହାଜ ବା ସବମରିନ। ଗଭୀର ସମୁଦ୍ରରେ ରହି ଏହା ଶତ୍ରୁର ବିନାଶ କରିଥାଏ। ତେବେ ହଜାର ହଜାର କିଲୋ ଓଜନ ସତ୍ତ୍ୱେ ସବମରିନ ଯେକୌଣସି ସମୟରେ ସମୁଦ୍ରର ଗଭୀରକୁ ଚାଲିଯାଏ ଏବଂ ପୁଣି ଉପକୁ ଆସିଯାଏ। ତେବେ ମନକୁ ପ୍ରଶ୍ନ ଆସେ ଏହା କିପରି ହୁଏ?

ସାଧାରଣତଃ ନୌସେନାର ସବମରିନଗୁଡ଼ିକ ଦୁଇଟି ସିଲିଣ୍ଡ୍ରିକାଲ ଷ୍ଟ୍ରକ୍ଚରକୁ ନେଇ ଗଠିତ। ଗୋଟିଏ ହେଲା ଆଉଟର ହଲ୍ ଏବଂ ଅନ୍ୟଟି ଇନର ପ୍ରେସର ହଲ୍।

ଇନର ପ୍ରେସର ହଲରେ ହିଁ ନାବିକମାନେ ରହିବା ସହ ସବମରିନର ବିଭିନ୍ନ ଯନ୍ତ୍ରାଂଶ ରହିଥାଏ। ତେବେ ଆଉଟର ହଲରେ ରହିଥାଏ ଏକାଧିକ ବାଲାଷ୍ଟ ଟ୍ୟାଙ୍କ। ସବମରିନକୁ ଗଭୀର ସମୁଦ୍ରକୁ ଯିବାକୁ ହେଲେ ଏହି ବାଲାଷ୍ଟ ଟ୍ୟାଙ୍କଗୁଡ଼ିକରେ ପାଣି ଭରି ଦିଆଯାଏ, ଫଳରେ ଓଜନ ଅଧିକ ହେବାରୁ ସବମରିନ ବୁଡ଼ିଯାଇଥାଏ।

ଯେତେବେଳେ ସବମରିନକୁ ସମୁଦ୍ର ଉପରକୁ ଆସିବାକୁ ହୁଏ ସେତେବେଳେ ବାଲାଷ୍ଟ ଟ୍ୟାଙ୍କରେ କମ୍ପ୍ରେସଡ ଏୟାର ଭରାଯାଇ ପାଣି କାଢ଼ିଦିଆଯାଏ।

Tags: #Submarine #Navy #Sea

Comment