ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ସମୟରେ ଜାପାନରେ ଦେଖିବାକୁ ମିଳିଥାଏ ଭୂମିକମ୍ପ। ପ୍ରତିବର୍ଷ ଜାପାନରେ ପ୍ରାୟତଃ ୧ ହଜାରରୁ ଅଧିକ ଛୋଟ ବଡ଼ ଭୂମିକମ୍ପ ରେକର୍ଡ କରାଯାଏ।
ଜାପାନରେ ବାରମ୍ବାର ଭୂମିକମ୍ପ ହେବାର ମୁଖ୍ୟ କାରଣ ହେଉଛି ଏହାର ଭୌଗୋଳିକ ଅବସ୍ଥିତି। ଜାପାନ ଯେଉଁ ସ୍ଥାନରେ ଅବସ୍ଥିତ ତାହା ଟେକ୍ଟୋନିକ୍ ପ୍ଲେଟ୍ର ଏକ ଅଂଶ, ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ। ଏଗୁଡ଼ିକ ପୃଥିବୀ ପୃଷ୍ଠରେ ଥିବା ଏପରି ପ୍ଲେଟ୍ ଯାହା ନିରନ୍ତର ଗତି କରେ। ଜାପାନ ଚାରୋଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍- ପ୍ରଶାନ୍ତ ମହାସାଗର, ଫିଲିପାଇନ୍ସ, ୟୁରେସିଆନ୍ ଏବଂ ଉତ୍ତର ଆମେରିକୀୟ ପ୍ଲେଟ୍ ମିଳନ ବିନ୍ଦୁରେ ଅବସ୍ଥିତ।
ଆଉ ସର୍ବଦା ଗତିଶୀଳ ଥିବା ଏହି ପ୍ଲେଟଗୁଡ଼ିକ ଯେତେବେଳେ ପରସ୍ପର ସହ ଧକ୍କା ହୁଅନ୍ତି କିମ୍ବା ନିଜ ସ୍ଥାନରୁ ଖସିଯାଆନ୍ତି, ସେତେବେଳେ ଭୂମିକମ୍ପ ସୃଷ୍ଟି ହୁଏ ଏବଂ ଯଦି ଏହା ସମୁଦ୍ର ନିମ୍ନ ଭାଗରେ ହୁଏ, ତେବେ ଏହା ସୁନାମି ମଧ୍ୟ ସୃଷ୍ଟି କରିପାରେ।
Tags: #Japan #Earthquakes #RingofFire

















