ଓଡ଼ିଶାଲାଇଭ୍ ବ୍ୟୁରୋ

ଲାଗୁହେଲା ନୂଆ ଜିଏସଟି। ଶସ୍ତା ହେଲା ଅଧିକାଂଶ ଦୈନନ୍ଦିନ ବ୍ୟବହାର ସାମଗ୍ରୀ। ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ ରହିଛି। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ସାମ୍ପୋ, ବ୍ରସ, ପେଷ୍ଟ, କୃଷି ଯନ୍ତ୍ରପାତି, ଚକୋଲେଟ, କଫି, ନୁଡୁଲ୍ସ, ଘିଅ, ସାଇକେଲ, ଥର୍ମୋମିଟର ଏବଂ ମେଡିକାଲରେ ବ୍ୟବହୃତ ଅକ୍ସିଜେନ ପାଇଁ ୫ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ଜୀବନବୀମା, ସ୍ଵାସ୍ଥ୍ୟବୀମା, ଛେନା, ପନିର, ପିଜା ବେସ, ପାଉଡର କ୍ଷୀର, ବହି, ଖାତା, ପେନସିଲ, ରବର ଆଦି ଉପରେ ଜିଏସଟି ଛାଡ଼ ହୋଇଛି।

ଟିଭି, ଏୟାରକଣ୍ଡିସନର, ବାଇକ୍, କାର, ଅଟୋ ପାର୍ଟସ୍, କମ୍ପ୍ୟୁଟର ମନିଟର, ପ୍ରୋଜେକ୍ଟର ଓ ସିମେଣ୍ଟ ଆଦି ପାଇଁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି। ତେବେ ଲଗଜୁରୀ କାର ଉପରେ ୪୦ ପ୍ରତିଶତ ଜିଏସଟି ଲାଗିଛି।

ସେହିପରି ସିଗାରେଟ, ଗୁଟଖା, ତମାଖୁ, ଜର୍ଦା ଆଦି ଉପରେ ମଧ୍ୟ ୪୦ ପ୍ରତିଶତ ଜିଏସଟି ଲାଗୁ ହୋଇଛି।

Tags: #GST #GST2.O #TaxSlab #GSTRollout

Comment