ଓଡ଼ିଶାଲାଇଭ୍ ବ୍ୟୁରୋ
ଟୋକିଓରେ ଆୟୋଜିତ ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଦାମଦାର ପ୍ରଦର୍ଶନ କରି ତିନିଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ।
ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପ୍ରମୋଦ ଭଗତ ଏସଏଲ-୩ରେ ସିଙ୍ଗଲସ, ଡବଲ୍ସ ଏବଂ ମିକ୍ସଡ ଡବଲ୍ସରେ ସ୍ଵର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି।
ସିଙ୍ଗଲସ ଫାଇନାଲରେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ହରାଇ ବିଜୟୀ ହୋଇଛନ୍ତି ପ୍ରମୋଦ। ସେହିପରି ମିକ୍ସଡ ଡବଲ୍ସରେ ନିଜର ସାଥୀ ଖେଳାଳି ମନୀଷା ରାମଦାସଙ୍କ ସହ ମିଶି ଭାରତର ନୀତିଶ କୁମାର ଏବଂ ତୁଳସୀମାଥୀ ମୁରୁଗେସାନଙ୍କୁ ହରାଇଥିଲେ ପ୍ରମୋଦ। ଡବଲ୍ସରେ ପ୍ରମୋଦ ଭଗତ ଓ ସୁକାନ୍ତ କଦମଙ୍କ ଜୋଡ଼ି ଜଗଦୀଶ ଡେଲି ଏବଂ ନବୀନ ଶିବକୁମାରଙ୍କୁ ହରାଇଥିଲା।
ଏହି ସଫଳତା ପରେ ପ୍ରମୋଦଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।
Tags: #PramodBhagat #JapanParaBadminton #GoldMedals #IndiaParaSports

















