ଓଡ଼ିଶାଲାଇଭ୍ ବ୍ୟୁରୋ

ତୀର୍ଥଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ସାଉଦି ଆରବର ମୁଫ୍ରିହାତ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ୪୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ହୋଇଥିବା କୁହାଯାଉଛି। ମକ୍କାରୁ ମଦିନା ଯାଉଥିବା ସମୟରେ ଘଟିଛି ଏହି ଅଭାବନୀୟ ଘଟଣା।
ସାଉଦି ଆରବର ଗଣମାଧ୍ୟମ ସୂଚନା ଅନୁସାରେ ସୋମବାର ଦିନ ଏକ ଡିଜେଲ ଟ୍ୟାଙ୍କର ସହ ଗୋଟିଏ ତୀର୍ଥଯାତ୍ରୀ ବସ୍ ଧକ୍କା ହେବା ଫଳରେ ବସଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ତେଲେଙ୍ଗାନାର ବାସିନ୍ଦା ବୋଲି କୁହାଯାଉଛି।
ଜେଦ୍ଦାହରେ ଥିବା ଭାରତୀୟ ଦୁତାବସ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କରାଯିବା ସହ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଜେଦ୍ଦାହରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହାୟତା କରାଯାଉଛି।
Tags: #SaudiArabia #IndianPilgrim #BusAccident #Death


















