ଓଡ଼ିଶାଲାଇଭ୍ ବ୍ୟୁରୋ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ଫାଶୀଦଣ୍ଡ ଶୁଣାଇଛନ୍ତି। ବିକ୍ଷୋଭକାରୀଙ୍କୁ ଆକ୍ରମଣ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଦଣ୍ଡାଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍।

ଶେଖ୍ ହସିନାଙ୍କୁ ଫାଶୀ ଦଣ୍ଡାଦେଶ ପରେ ପୁଣି ଅଶାନ୍ତ ହୋଇଉଠିଛି ବାଂଲାଦେଶ। ଆଓ୍ଵାମୀ ଲିଗ୍ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଆରମ୍ଭ କରିଛନ୍ତି।

ଏପଟେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶେଖ୍ ହସିନା। ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, “ରାଜନୈତିକ ଉଦ୍ଦେଶ୍ୟ ରଖି ଏବଂ ଏକ ତରଫା ବିଚାର କରି ଆଇସିଟି ରାୟ ଶୁଣାଇଛନ୍ତି। ମୋତେ ପକ୍ଷ ରଖିକୁ ସୁଯୋଗ ଦିଆଯାଇନାହିଁ। ଏହି ରାୟ ପକ୍ଷପାତପୂର୍ଣ୍ଣ।”

୨୦୨୪ରେ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ମହମ୍ମଦ ୟୁନୁସ କ୍ଷମତାକୁ ଆସିବା ପରେ ଶେଖ୍ ହସିନାଙ୍କ ବିରୋଧରେ ସଂଗୀନ ଅଭିଯୋଗ କରାଯାଇଥିଲା।

Tags: #SheikhHasina #DeathSentence #ICT #Bangladesh

Comment