ଓଡ଼ିଶାଲାଇଭ୍ ବ୍ୟୁରୋ

ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମିଣ (ଭିବି-ଜି ରାମ ଜି) ବିଲ୍ ୨୦୨୫ ସଂସଦରେ ଗୃହୀତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
ଲୋକସଭାରେ ଭିବି-ଜି ରାମ ଜି ବିଲ୍ ଗୃହୀତ ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଏହାକୁ ରାଜ୍ୟସଭାରେ ଆଗତ କରିଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ବାଚନିକ ଭୋଟରେ ଏହି ବିଲ୍ ଗୃହୀତ ହୋଇଥିଲା।
ଭିବି-ଜି ରାମ ଜି ହେଉଛି ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବା ମନରେଗାର ନୂଆ ରୂପ। ମନରେଗା ସ୍କିମର ନାମ ବଦଳି ଏବେ ଭିବି-ଜି ରାମ ଜି ହେବ। ଏଥିରେ ବର୍ଷକୁ ୧୦୦ ଦିନ ପରିବର୍ତ୍ତେ ୧୨୫ ଦିନର ରୋଜଗାର ମିଳିବ। ମନରେଗାକୁ କେନ୍ଦ୍ର ସରକାର ୧୦୦ ପ୍ରତିଶତ ପାଣ୍ଠି ଯୋଗାଉଥିବା ବେଳେ ଭିବି-ଜି ରାମ ଜି ପାଇଁ କେନ୍ଦ୍ର ସରକାରଙ୍କର ୬୦ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କର ୪୦ ପ୍ରତିଶତ ଯୋଗଦାନ ରହିବ।
Tags: #VBGRAMGBill2025 #MGNREGA #Parliament #LokSabha #RajyaSabha


















