ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଆନ୍ଦୋଳନ ତେଜିଛି। ବିଶେଷକରି ଆସାମରେ ଆନ୍ଦୋଳନ ଜୋରଦାର ହୋଇଛି। ଏହି ବିଲ୍‌କୁ ବିରୋଧ କରି ଆସାମର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ପୋଡ଼ାଜଳା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସାମ ସରକାର ଆସନ୍ତା ୨୪ ଘଣ୍ଟା ପାଇଁ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି।

୧୨ ତାରିଖ ସନ୍ଧ୍ୟା ୬ଟା ଯାଏଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ସେହିପରି ଦିବ୍ରୁଗଡ଼ରେ ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିବ୍ରୁଗଡ଼ ଓ ଗୌହାଟୀ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରାଯାଇଛି।

୧୨ ଓ ୧୩ ତାରିଖରେ ପ୍ରାୟ ୧୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ଲୋକସଭାରେ ନାଗରିକତା ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟ ଅଶାନ୍ତ ହୋଇଯାଇଛି। ଉତ୍ତର ପୂର୍ବ ଛାତ୍ର ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ଚାରିଆଡ଼େ ବ୍ୟାପିଛି। ଫଳରେ ପରିସ୍ଥିତି ଜଟିଳ ହୋଇ ଯାଉଛି।

LEAVE A REPLY

Please enter your comment!
Please enter your name here