ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଅଧିକାଂଶ ମହିଳାଙ୍କ ନିକଟରେ କେଶ ଝଡ଼ିବା, କମ୍‌ ବୟସରୁ ଚୁଟି ଧଳା ହେବା ଭଳି ସମସ୍ୟା ଦେଖାଯାଉଛି। ଏହାର କାରଣ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ବିଷାଦ ଓ ଖାଦ୍ୟ ପାନୀୟରେ ଅବହେଳା। ସାଧାରଣତଃ ଏହି ସମସ୍ୟାକୁ ଦୂରେଇବା ପାଇଁ ମହିଳାମାନେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି। ଏହି ସମୟକୁ ଏଡ଼େଇବା ପାଇଁ ଆପଣ କିଛି ସହଜ ଟିପ୍ସ ଆପଣେଇ ପାରିବେ।

କେଶରେ ସିଧାସଳଖ ସାମ୍ପୋ ଲଗାନ୍ତୁ ନାହିଁ। ସାମ୍ପୋ ଲଗାଇବା ପୂର୍ବରୁ ସେଥିରେ ଅଳ୍ପ ପାଣି ମିଶାଇ କେଶରେ ଲଗାନ୍ତୁ।

କେଶରେ ଦୁଇଥର କେବେ ହେଲେ ସାମ୍ପୋ ଲଗାନ୍ତୁ ନାହିଁ। କେଶରେ ଅଧିକ ସାମ୍ପୋ ଲଗାଇଲେ ଏହା କେଶକୁ ଶୁଷ୍କ କରି ଦେଇଥାଏ। କେଶକୁ ପ୍ରଥମ ଉଷୁମ ପାଣିରେ ଧୋଇ ତା’ ପରେ ସାମ୍ପୋ ଲଗାନ୍ତୁ ଏବଂ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

କେଶରେ ସାମ୍ପୋ ଲଗାଇବା ପରେ କେଶକୁ ସିଧା ରଖି ଧୁଅନ୍ତୁ। ଫଳରେ କେଶ ଅଡ଼ୁଆ ହୋଇ ଝଡ଼ିବାର ଆଶଙ୍କା କମ୍‌ ଥାଏ। ରାତି ସମୟରେ କେଶ ନଧୋଇ ସବୁବେଳେ ସକାଳେ କେଶ ଧୋଇବାକୁ ଚେଷ୍ଟା କରନ୍ତୁ। ସକାଳେ କେଶ ଧୋଇବା ଦ୍ୱାରା କେଶକୁ ଶୁଖାଇବା ଆପଣଙ୍କୁ ସହଜ ହୋଇଥାଏ। ଫଳରେ କେଶ ଝଡ଼ିବା ଆଶଙ୍କା କମ୍‌ ଥାଏ।

LEAVE A REPLY

Please enter your comment!
Please enter your name here