ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ୍ ଆବେଦନ କରି ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଶୁକ୍ରବାର ପୁଞ୍ଜିଲାଲ ମା’ଙ୍କର ଦେହାନ୍ତ ହୋଇଥିଲା। ମା’ଙ୍କର ମୁଖାଗ୍ନି ଦେବାକୁ ପୁଞ୍ଜିଲାଲ ଗୋଟିଏ ଦିନ ପାଇଁ ଜାମିନରେ ଯାଇଥିଲେ। ମା’ଙ୍କ ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ପୁଣି ଜେଲ୍‌କୁ ଫେରି ଯାଇଛନ୍ତି।

୨୦୧୮ ଫେବ୍ରୁଆରି ୨୩ରେ ପାଟଣାଗଡ଼ର ନବବିବାହିତ ସୌମ୍ୟଶେଖରଙ୍କ ପତ୍ନୀ ରିମା ପାର୍ସଲ ଖୋଲୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟ ଶେଖରଙ୍କ ଜେଜେମା’ର ମୃତ୍ୟୁ ହୋଇଥିଲାବେଳେ  ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ପରେ ସୌମ୍ୟଶେଖର ବି’ ଆଖି ବୁଜି ଦେଇଥିଲେ। ଘଟଣାକୁ ନେଇ ପାଟଣାଗଡ ଥାନା ପୋଲିସ୍ ସେହିଦିନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍ ଏସ୍ଆଇଟି ନେଇଥିଲା । ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ୨୫ରେ ପୁଞ୍ଜିଲାଲଙ୍କ ନିୟମିତ ଜାମିନ୍ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ।

LEAVE A REPLY

Please enter your comment!
Please enter your name here