ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ ଆସନ୍ତାକାଲି ଶୁଣାଣି ହେବ। ଫାଶୀ ଫେବ୍ରୁଆରି ୧ ତାରିଖରେ ହେବ ନା ଘୁଞ୍ଚିବ ସେନେଇ ଶୁଣାଣି କରାଯିବ। ଏହି ଶୁଣାଣି ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟରେ ହେବ। ଫାଶୀ ତାରିଖ ଉପରେ ରିହାତିଦେଶ ପାଇଁ ୪ ଦୋଷୀ ଆବେଦନ କରିଛନ୍ତି।
ଅନ୍ୟପକ୍ଷରେ ନିର୍ଭୟା ଦୋଷୀ ଅକ୍ଷୟ ସିଂର କ୍ୟୁରେଟିଭ୍ ପିଟିସନକୁ ଗୁରୁବାର ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ। ସେହିପରି ପୂର୍ବରୁ ଦୋଷୀ ମୁକେଶର ରାଜକ୍ଷମା ଖାରଜ ହେବା ପରେ ଏନେଇ ନ୍ୟାୟିକ ସମୀକ୍ଷା ପାଇଁ ମୁକେଶ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା।
ଫାଶୀକୁ ଆଉ ଗୋଟିଏ ଦିନ ଥିଲା ବେଳେ ବିଭିନ୍ନ ପ୍ରକାର ଚାଲ୍ କରି ଫାଶୀକୁ ଟାଳିବାକୁ ଚେଷ୍ଟା କରୁଛନ୍ତି ନିର୍ଭୟା ଦୋଷୀ। ଫାଶୀ ଫେବ୍ରୁଆରି ୧ ତାରିଖରେ ହେବ ନା ନାହିଁ, ସେ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଆସନ୍ତାକାଲି ଏନେଇ ଶୁଣାଣି ପରେ ସବୁ ସ୍ପଷ୍ଟ ହୋଇଯିବ।
ପୂର୍ବରୁ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ଶୁଣାଣି କରିଥିଲେ। ପରେ ଏହାର ପୁନଃଶୁଣାଣି କରାଯାଇଥିଲା। ନୂଆ ତାରିଖ ଅନୁସାରେ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ ବୋଲି ଶୁଣାଣି କରିଥିଲେ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ।