ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଯେପରି ନ ବ୍ୟାପିବ ସେଥିପାଇଁ ବ୍ରହ୍ମପୁର ତପ୍ତପାଣି ଉଷ୍ଣ ପ୍ରସବଣ ନିକଟରେ ଥିବା ପାନ୍ଥ ନିବାସ ଓ ମୃଗ ବିହାରକୁ ବନ୍ଦ କରାଯାଇଛି।
ତପ୍ତପାଣି ମୃଗ ବିହାରକୁ ବର୍ଷକୁ ପ୍ରାୟ ୩୫ରୁ ୪୦ ହଜାର ପର୍ଯ୍ୟଟକ ଆସିଥା’ନ୍ତି। ଏଠାରେ ଚାରୋଟି ପ୍ରଜାତିର ୧୫୮ଟି ହରିଣ ଅଛନ୍ତି।

ଅନ୍ୟପଟେ କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି।

ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଏହି ଘାତକ ଭାଇରସ ଏବେ ଦେଶର ୧୪ଟି ରାଜ୍ୟରେ ପ୍ରବେଶ କରିସାରିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here