ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧,୧୪,୬୪୪ଟି ପକ୍କା ଗୃହ ନିର୍ମାଣ ଶେଷ
  • ବର୍ତ୍ତମାନ ସୁଦ୍ଧା ଗୃହ ନିର୍ମାଣରେ ୧୮,୮୩୭ କୋଟି ଟଙ୍କା ଖର୍ଚ୍ଚ
  • ବିଜୁ ପକ୍କା ଘର ଯୋଜନାରେ ପ୍ରୋତ୍ସାହନ ରାଶି ପ୍ରଦାନ
  • ୮,୦୬୭ଟି ଭୂମିହୀନ ପରିବାରକୁ ଜାଗା ଓ ଘର ମଞ୍ଜୁର

କରୋନା ମହାମାରୀର ଏହି ସଙ୍କଟ ସମୟରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧ ଲକ୍ଷ ୧୪ ହଜାର ୬୪୪ଟି ପକ୍କା ଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଗତବର୍ଷ ଏହି ସମୟ ସୀମା ମଧ୍ୟରେ ଯେତିକି ଗୃହ ନିର୍ମାଣ ହୋଇଥିଲା ଚଳିତ ବର୍ଷ ଏହାର ଦୁଇଗୁଣାରୁ ଅଧିକ ଘର ନିର୍ମାଣ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୧୪-୧୫ ଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୨୬,୮୪,୮୧୮ଟି ପକ୍କା ଗୃହର ନିର୍ମାଣ ସରିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ମିଳିଥିବା ୧୧,୪୬୪ କୋଟି ଏବଂ ୭,୩୭୪ କୋଟି ଟଙ୍କାର ରାଜ୍ୟ ଅନୁଦାନକୁ ମିଶାଇ ମୋଟ ୧୮,୮୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଶୀଘ୍ର ଗୃହ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ୪ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଛି। ଏପର୍ଯ୍ୟନ୍ତ ମୋଟ ୫,୯୧,୦୦୦ ହିତାଧିକାରୀଙ୍କୁ ୮୨୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।BGUସେହିପରି ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କ ପାଇଁ ମନରେଗା ଯୋଜନାରେ ୧ କୋଟି ୨ ଲକ୍ଷ ଶ୍ରମ ଦିବସ ପ୍ରଦାନ କରାଯାଇଛି। ଭୂମିହୀନ ପରିବାରକୁ ଘରବାରି ଜାଗା ସହିତ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୫୬,୮୯୧ ଭୂମିହୀନ ପରିବାର ମଧ୍ୟରୁ ୮,୦୬୭ଟି ପରିବାରକୁ ଜାଗା ଓ ଘର ଯୋଗାଇ ଦିଆଯାଇଛି। ଅବଶିଷ୍ଟ ପରିବାରକୁ ଜାଗା ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here