ଓଡ଼ିଶାଲାଇଭ୍ ବ୍ୟରୋ

ଅତ୍ୟାଧୁନିକ ଯୁଦ୍ଧ ବିମାନ ‘ରାଫେଲ’ ଆଜି ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି। ହରିଆଣାର ଅମ୍ଵାଲା ଏୟାରବେସ୍‌ରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାକୁ ୫ଟି ‘ରାଫେଲ’ ହସ୍ତାନ୍ତର କରିଛନ୍ତି। ରାଫେଲ ହସ୍ତାନ୍ତର ପୂର୍ବରୁ ସବୁ ଧର୍ମର ବିଧି ଅନୁସାରେ ଏହାକୁ ପୂଜାର୍ଚ୍ଚନା କରାଯାଇଛି। ରାଜନାଥ ସିଂଙ୍କ ସମେତ ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ଭାରତୀୟ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ, ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶାଲ ଆର୍‌ କେ ଏସ୍ ଭଦୌରିୟା, ରକ୍ଷା ସଚିବ ଡକ୍ଟର ଅଜୟ କୁମାର, ରକ୍ଷା ବିଭାଗ ସଚିବ ଓ ଡିଆର୍‌ଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି।

ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍, ବାୟୁସେନା ମୁଖ୍ୟ ଏରିକ୍ ଅଟଲେଟ୍, ଫ୍ରାନ୍ସର ବାୟୁସେନାର ଡେପୁଟି ଚିଫ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଫ୍ରାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।BGUଗତ ଜୁଲାଇ ୨୯ ତାରିଖରେ ଏହି ରାଫେଲ ବିମାନ ଫ୍ରାନ୍ସରୁ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା। ଏହାକୁ ସେପ୍ଟେମ୍ବର ୧୦ ତାରିଖରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବା ନେଇ ଘୋଷଣା ହୋଇଥିଲା।

LEAVE A REPLY

Please enter your comment!
Please enter your name here